ବିଶ୍ୱାସ , ଅନ୍ଧ ବିଶ୍ୱାସ ଓ ଆତ୍ମ ବିଶ୍ୱାସ
ବିଶ୍ୱାସ , ଅନ୍ଧ ବିଶ୍ୱାସ ଓ ଆତ୍ମ ବିଶ୍ୱାସ
ବିଶ୍ୱାସ
ବିଶ୍ୱାସର ଶକ୍ତି ଅଟଳ ଅଚଳ
ପ୍ରହ୍ଲାଦ ଆଉ ନୃସିଂହ
ମୀରା ଆଉ କୃଷ୍ଣ
ଆଧ୍ୟାତ୍ମିକ ଚିନ୍ତନର ବଳ
ବିଶ୍ୱାସର ଶକ୍ତି ଅଚଳ ଅଟଳ ।
ବିଶ୍ୱାସ ସମର୍ପଣର ଧ୍ୱନି
ତ୍ୟାଗରେ ଜ୍ଞାନୀ
ନିସର୍ତ୍ତ ଶ୍ରଦ୍ଧାର
ଶାଶ୍ୱତ ଜୀବନ ବର୍ଦ୍ଧନର ବାଣୀ ।
ବିଶ୍ୱାସ ପବନ ସୁତର ଗାଥା
ଅମୀୟ ରାମାୟଣର କଥା
ବିଭୁ ପଦେ ନତ କର ସଭକ୍ତିରେ ମଥା
ବିଶ୍ୱାସ ପବନ ସୁତର ଗାଥା ।
ଦୁଃଖ ଦୈନ୍ୟ ଘୁଞ୍ଚିଯିବ ନମ୍ର ଶାନ୍ତ ହୁଅ
ଆନନ୍ଦର ପ୍ରେରଣାରେ ଚିର ବିଭାମୟ
ଏଇ ଦେଖ ପୂର୍ବାକାଶେ
ସମୟର ଗତିମାନ ପ୍ରତୀକ ଆସୁଛି
ନୂତନତ୍ୱର ହେବ ସୂର୍ଯ୍ୟୋଦୟ
ଅନ୍ଧବିଶ୍ୱାସ
ବିଚାର ବିହୀନ
ଜ୍ୟୋତିଷର ମୁଣି
ଜାତକ କାହାଣୀ
ରାଶିଚକ୍ର ,ଭାଗ୍ୟଫଳ
ସ୍ତବ ହୁଏ କାନ ଶୁଣିଶୁଣି ।
ବିରାଡ଼ି କି ଝିଟିପିଟି
ଦେଖିଦେଲେ ପଡ଼ିଗଲେ
ଅଶୁଭ ଲକ୍ଷଣ
ଧକ୍ ଧକ୍ ହୁଏ ଛାତି
ଆନମନା ରହେ ପ୍ରତିକ୍ଷଣ ।
ଆତ୍ମ ବିଶ୍ୱାସ
ଜ୍ଞାନର ଭଣ୍ଡାର. ବୁଦ୍ଧିର ଫୁଆର
ଭାବେ , ଚିନ୍ତେ
ସତ୍ୟପଥେ ହୁଏ ଅଗ୍ରସର
ଛୋଟରୁ ହୁଏ ବଡ଼ , କର୍ମେ ଧୁରନ୍ଧର
କର୍ତ୍ତବ୍ୟ ଅଧ୍ୟବସାୟ
ଖୋଲିଦିଏ ଆତ୍ମଚେତନାର ଦ୍ୱାର
ପ୍ରତିଟି ମୁହୂର୍ତ୍ତ ତା ପାଇଁ ଜ୍ୟୋତିବିମ୍ବ ଧାର ।
ସ୍ରଷ୍ଟାର ସୃଷ୍ଟିରେ ବିଶ୍ୱ କମନୀୟ
ସମୟର ସ୍ରୋତ
ଆଉ ଜୀବନର ଧାରା
ଗତିଶୀଳ, ଗତିମାନ
ନ ମିଳେ କିନାରା
ପଥେ ପଥେ ବନ୍ଧ ଓ ବନ୍ଧନ
ସଂଘର୍ଷରେ କଟେ ଆଜି
ଭୟଭୀତ ପ୍ରତିଟି ସ୍ପନ୍ଦନ ।
କେତେ ସ୍ୱପ୍ନ ଦେଖିଥିଲେ
ଜନକ ଜନନୀ
ତପସ୍ୟା ଜିଜ୍ଞାସା ବଳେ
ମିଳିଲା ନନ୍ଦିନୀ
ହସିଲା ଏ ଘର
ସୁରେଖା ସାଜିଲା
ତାଙ୍କ ହୃଦୟର ହାର ।
ପାଠରେ ସୁଦକ୍ଷା ସିଏ
ନାଚ ଗୀତ ଖେଳ
ହସି ହସି ବିତାଇଲା
ଜୀବନ ସକାଳ
ବିଧିର ବିଧାନ
ସବୁଥାଇ ଝିଅ ମୋର
କେଡେ ହୀନିମାନ ।
ସଂଘର୍ଷର ଅନ୍ୟନାମ
ଅଟଇ ଜୀବନ
ଗାଂଧି, ଗୋପବନ୍ଧୁ ଆଉ
ଇବ୍ରାହିମ ଲିଙ୍କନ
ଏବେ ବନ୍ଦନୀୟ
ଦୁଃଖରେ ହସିବା ଶିଖ
ସ୍ରଷ୍ଟାର ସୃଷ୍ଟିରେ
ବିଶ୍ୱ କମନୀୟ ।