ଇତିହାସ ଆଇନାରେ ଗଡ଼ମାଣତୀର
History of Gadamanatir
- ୧୬୨୨ଖ୍ରୀଷ୍ଟାଦ୍ଦରେ ଭୋଇ ବଂଶର ଦ୍ୱିତୀୟ ରାଜା ପୁରୁଷୋତମ ଦେବ ଗଡ଼ମାଣତୀର ଠାରେ ସକଳ ଐହିକ ଯନ୍ତ୍ରଣାରୁ ଚିର ଶାନ୍ତି ପାଇଥିଲେ ।
- ଭୋଇ ବଂଶର ତୃତୀୟରାଜା ନରସିଂହ ଦେବ ଅହମ୍ମଦ ବେଗ୍ଙ୍କ ଆକ୍ରମଣ ଆଶଙ୍କା କରି ପୂର୍ବରୁ ସେ ନିଜର ପରିବାରବର୍ଗ ଓ ପ୍ରଭୁ ଜଗନ୍ନାଥଙ୍କୁ ସେହି ରଣପୁର ସୀମାନ୍ତ ମାଣତ୍ରୀ ଦୁର୍ଗକୁ ପଠାଇ ଦେଇଥିଲେ
- ନରସିଂହ ଦେବଙ୍କ ୪ଅଙ୍କ ୧୬.୮.୧୬୨୩ ଏ ମହାରାଜାଙ୍କ ୪ ଅଙ୍କେ ଅହମ୍ମଦ ବେଗ୍ ରାଜା ଅନ୍ଧାରି ମହିମ ଠାରୁ ଭାଙ୍ଗି ମାଣତ୍ରୀ କଟକୁ ବିଜେ କରିଥିଲେ । (ମାଦଳା ପାଞ୍ଜି, ଶ୍ରୀକ୍ଷେତ୍ର ଐତିହ୍ୟ)
- ୨୧ ଅଙ୍କେ ମକରମ ଖାଁ ଅଇଲେ । ଧନୁ ୨୨ ଦିନେ ଖୁରୁଧା ଘେନିଲେ । ସାକ୍ଷୀଗୋପାଳଙ୍କୁ ଖୁଣ କଲେ । ପରମେଶ୍ୱର ଗୁରୁବାଇ ଠାରୁ ଯାଇ ବାଣପୁର ସୀମା ଗଦପଦର ଠାରେ ନଈ ଭିତରେ ଚାପରେ ବିଜେ କଲେ । ଶୀତଳ ମଣୋହିଁ କରୁଥିଲେ । ରାଜା ଯାଇ କୁଟୁମ୍ଭ ଘେନି ରଣପୁର ସୀମାରେ ମାଣତ୍ରୀ ଗ୍ରାମରେ କଟକ କରିଥିଲେ । (ମାଦଳା ପାଞ୍ଜି)
- ୨୨ ଅଙ୍କେ ମକରମ ଖାଁ ଖୋରଧା ଘେନିଲେ । ରାଜା କୁଟୁମ୍ଭ ଘେନି ଗଣମାଣତ୍ରୀ କଟକ କଲେ । (ଶ୍ରୀକ୍ଷେତ୍ର ଐତିହ୍ୟ, ପୃ-୧୦୨)
- ନରସିଂହ ଦେବଙ୍କ ୫ ଅଙ୍କ ଦକ୍ଷିଣରୁ ସାହାଜାହାନ ପତିଶା ଅଇଲେ କରମେଶ୍ୱର ଯେ ମାଣତ୍ରୀ ବିଜେ କରି - ଶ୍ରୀତଳ ମଣୋହି ଭୋଗ ହେଉଥିଲେ - ରାଜା ଭୀମ ସିଂହ ଶ୍ରୀ ପୁରୁଷୋତମ ଅଇଲାରୁ ରାତା ରାତି ବ୍ରହ୍ମ ଆଣି (ମାଣତ୍ରୀରୁ) ବିଜେ କରାଇ ସଙ୍ଖୁହି ଭୋଗ ମୁଣୋହି ହୋଇଲେ । (ଶ୍ରୀକ୍ଷେତ୍ର ଐତିହ୍ୟ - ପୃ ୧୦୩)
- Purusottam Deva was succeded by his son Narasimha Deva, during the first year of whose reign prince shah Jahan was leading an expedition from the South to Bengal through Orissa (December 1623) against the forces sent by his father Narasimha followed the Moghal Prince upto Jajpur and received the royality from the Mughal Prince. Narasimha re-installed the images of Jagannatha Balabhadra and Subhadra which had been carried to Garhmanitri by his late father at the time of invasion by Makaram Khan with the help received from Raja Bhima Singh, a great Rajaput general accompanying Prince Shah Jahan. (History of Orissa Vol - ll, by Dr. H. K. Mahatab, Page - 463)
- ଖୋରଧାର ରାଜା ୨ୟ ରାମଚନ୍ଦ୍ର ଦେବଙ୍କର କଳାବତୀ ଓ ଲଳିତା ନାମରେ ଦୁଇ ରାଣୀ ଥିଲେ । ରାଜା ପୁଣି ମୁର୍ଷିଦ ବୁଲି ଖାଁଙ୍କ କନ୍ୟା ସୌରିୟାଙ୍କୁ ବିବାହ କରିବାରୁ ପାଟ୍ଟରାଣୀ କଳାବତୀ (ଚିତ୍ରକଳା) ସେହି ସମୟରେ ନିଜର ସ୍ୱାମୀଙ୍କୁ ଛାଡି ତିନିପୁତ୍ରଙ୍କ ସମେତ ମାଣତ୍ରୀ ଗଡରେ ଶେଷ ଜୀବନ ବିତାଇଲେ ।
ବଳରାମ ରଣସିଂହଙ୍କ ପୁସ୍ତକ : ଲୀଲାକ୍ଷେତ୍ର ଗଡ଼ମାଣତୀର